ଆଠମଲ୍ଲିକରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ: ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏବଂ ବାଲ୍ୟ ବିବାହ ସଚେତନତା ଉପରେ ନାଟକ ପରିବେଷଣ

You are currently viewing ଆଠମଲ୍ଲିକରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ: ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏବଂ ବାଲ୍ୟ ବିବାହ ସଚେତନତା ଉପରେ ନାଟକ ପରିବେଷଣ

ଅନୁଗୋଳ: କେନ୍ଦ୍ର ସରକାରଙ୍କ କୌଶଳ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନ ଜନ ଶିକ୍ଷଣ ସଂସ୍ଥାନ ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଧଉରାପାଲି ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳୟ କୁମାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁଜାତା ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ।

‘ ଅନୁଗୋଳ ଜିଲ୍ଲାରେ ପୁରୁଷଙ୍କ ଅନୁପାତରେ ଝିଅଙ୍କ ଅନୁପାତ ୯୪୨, ଯାହା ରାଜ୍ୟ ସ୍ତରରେ ୧୬ତମ ସ୍ଥାନରେ ରହିଛି। ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସାମରିକ ବିମାନର ଶକ୍ତି ପ୍ରଦର୍ଶନ ପର୍ଯ୍ୟନ୍ତ ଝିଅମାନେ ଆଗରେ ରହିଛନ୍ତି। ତଥାପି ଆଜି ବି ବାଲ୍ୟ ବିବାହ, ଯୌତୁକ ନିର୍ଯାତନା, କନ୍ୟା ଭ୍ରୂଣ ହତ୍ୟା ଭଳି ଘଟଣା ରୋକାଯାଇ ପାରୁନାହିଁ। ଏସବୁକୁ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ବାଲ୍ୟ ବିବାହ ସଚେତନତା ଉପରେ ଏକ ଛୋଟ ନାଟକ ପରିବେଷଣ କରାଯାଇଥିଲା। ଏଥିରେ ପ୍ରାୟ ୧୮୦ ଜଣ ଅନ୍ତେବାସୀ ଓ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଶେଷରେ ଜେଏସ୍ ଏସ୍ ସହ-କାର୍ଯ୍ୟକାରୀ ଅଧିକାରୀ ଚିତ୍ତରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply