ଅନୁଗୋଳ: ଅନୁଗୋଳ ଜିଲ୍ଲା ଖେମଳା ପଞ୍ଚାୟତର ଶୁକଦେବପୁର ଗ୍ରାମରେ ଗ୍ରାମଶ୍ରୀ ଦେବୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଷଷ୍ଠ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ୧୬ଟି ଦଳକୁ ନେଇ ଆୟୋଜିତ ପ୍ରତିଯୋଗିତାରେ ଗୁରୁଣ୍ଡିମୁଣ୍ଡାର କାଏରା ଏଫ୍ସି ଚାମ୍ପିୟନ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ଦଳ ପେନାଲ୍ଟି ସୁଟ୍ଆଉଟ୍ରେ ସିଗଡ଼ର ଏମ୍ଏନ୍କେ ଏଫ୍ସିକୁ ୪-୩ ଗୋଲ୍ରେ ପରାସ୍ତ କରିଥିଲା।
ଉଦ୍ଯାପନୀ ଉତ୍ସବରେ ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ମୁଖ୍ୟ ଅତିଥି ଏବଂ ପାଳଲହଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀଧର ଦେହୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଖେମଳା ରେଞ୍ଜର ମନୋଜ ଦିଘା ଉଦ୍ଘାଟନ କରିଥିଲେ। ଲିଲୁ ନାଏକ, ଦୀପକ ନାଏକ ଓ ଭୀମସେନ ବଦ୍ରାଙ୍କ ସମେତ ଯୁବକ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।













