ସ୍ୱାଭାବିକ ଟ୍ରେନ୍ ଚଳାଚଳ ଦାବିରେ ଷ୍ଟେସନ ନିକଟରେ ଧାରଣା

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ସ୍ଵାଭାବିକ ଟ୍ରେନ୍ ଚଳାଚଳ ଦାବିରେ ବୁଧବାର ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି। କରୋନା ସଂକ୍ରମଣ କମିବା ପରେ ସାଧାରଣ ଜୀବନଯାତ୍ରା ଅନେକାଂଶରେ ସ୍ଵାଭାବିକ ହୋଇଛି । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ରେଳପଥରେ ଅନେକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । କିନ୍ତୁ ପୂର୍ବରୁ ଅନୁଗୁଳ ପୁରୀ ମେମୁ ଟ୍ରେନ୍ ଅନୁଗୁଳ ଚଳାଚଳ କରୁଥିବାବେଳେ ବର୍ତ୍ତମାନ ଅନୁଗୁଳ ନଆସି ତାଳଚେରଠାରୁ ଚଳାଚଳ କରୁଛି । ଏହି ଟ୍ରେନ୍ ଉପରେ ସହର ସମେତ ଆଖପାଖ ଅଞ୍ଚଳର ବହୁଲୋକ ଭୁବନେଶ୍ଵର, ପୁରୀ, ଢେଙ୍କାନାଳ, କଟକ ଦୈନିକ ଯିବାଆସିବା କରିଥାନ୍ତି। ହେଲେ ଟ୍ରେନ୍ ଅନୁଗୁଳ ଷ୍ଟେସନ ଆସୁନଥିବାରୁ ଯାତ୍ରୀମାନେ ବହୁ ହଇରାଣ ହେଉଛନ୍ତି।
ଅପରପକ୍ଷରେ ସମ୍ବଲପୁର-ପୁରୀ ଇରସିଟି ଏକ୍ସପ୍ରେସ ଟ୍ରେନ ମଧ୍ୟ ଚଳାଚଳ କରୁନାହିଁ । ଅନୁଗୁଳ-ପୁରୀ ଟ୍ରେଳ ଅନୁଗୁଳ ଠାରୁ ଚଳାଚଳ କରାଇବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ ତୁରନ୍ତ ଚଳାଚଳ କରିବା, ଷ୍ଟେସନ ଗୁଡିକରେ ଅଣସଂରକ୍ଷିତ ଟିକେଟ୍‌ ଉପଲବ୍ଧ କରାଯିବା ଆଦି ଦାବିରେ ସଂଗଠନ ପକ୍ଷରୁ ଆଜି ସକାଳୁ ଧାରଣା ଦିଆଯାଇଛି । ଏ ଦିଗରେ ୧୫ଦିନ ଭିତରେ ବାସ୍ତବ ପଦକ୍ଷେପ ଗ୍ରହଣ କରାନଗଲେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।

online coaching

Leave A Reply

Your email address will not be published.