ଅନୁଗୁଳ: ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ଅନୁଗୁଳ ଜିଲ୍ଲା ଜିନ୍ଦଲ ନଗର ସ୍ଥିତ ଓପି ଜିନ୍ଦଲ ସ୍କୁଲ ମଙ୍ଗଳବାର ତାହାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଛି। ଏହା ଦ୍ବାରା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ। ଏହି ଅବସରରେ ଜେଏସପିଏଲ ଅନୁଗୁଳ ପ୍ଳାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଇ-ଲାଇବ୍ରେରିକୁ ଉନ୍ମୋଚନ କରିଥିଲେ । ଶ୍ରୀ ମିତ୍ତଲ ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ ଭୂମିକା ସଂପର୍କରେ ବକ୍ତବ୍ୟ ଦେବା ସହ ବିଦ୍ୟାଳୟର ଏହି ଇ- ଲାଇବ୍ରେରି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହାଦ୍ଵାରା ସ୍କୁଲ ଛାତ୍ର ଛାତ୍ରୀଙ୍କ ସହ ଅନ୍ୟମାନେ ମଧ୍ୟ ଉପକୃତ ହୋଇ ପାରିବେ ଏବଂ ସେମାନେ ବିଶ୍ଵର ଯେ କୌଣସି ପ୍ରାନ୍ତରେ ଥାଇ ମଧ୍ୟ ଯେ କୌଣସି ସମୟରେ ଜ୍ଞାନ ଆହରଣ କରି ପାରିବେ ବୋଲି ଶ୍ରୀ ମିତ୍ତଲ ଆଶା ବ୍ୟକ୍ତ କରିଥିଲେ। ସ୍କୁଲ ଅଧ୍ୟକ୍ଷ ଅତନୁ କୁମାର ରଥ ଏହି ଡିଜିଟାଲ ଲାଇବ୍ରେରିର ବହୁବିଧ ବିଶେଷତା ଉପରେ ଆଲୋକପାତ କରିବା ସହ ଏହାକୁ ଏହି ଲିଙ୍କ https://opjsalibrary.wixsite.com/angul ମାଧ୍ୟମରେ ଦେଖି ହେବ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସଙ୍ଗୀତା ଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ।
ଓପି ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ
- Post published:November 17, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
