କୁକୁଡ଼ାଙ୍ଗ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ, ୩ ଗିରଫ; ୩୯ ଗ୍ରାମ ସୁନା ଗହଣା ସହ ୨ ବାଇକ୍‌ ଜବତ

You are currently viewing କୁକୁଡ଼ାଙ୍ଗ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ, ୩ ଗିରଫ; ୩୯ ଗ୍ରାମ ସୁନା ଗହଣା ସହ ୨ ବାଇକ୍‌ ଜବତ
oplus_2097152

ଅନୁଗୋଳ: ଅନୁଗୋଳ ଜିଲ୍ଲାର କୁକୁଡ଼ାଙ୍ଗ ଗ୍ରାମ ନିକଟରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ୩୯ ଗ୍ରାମ ସୁନା ଗହଣା, ୨ଟି ମୋଟରସାଇକେଲ ଓ ମୋବାଇଲ ଫୋନ୍‌ ଜବତ ହୋଇଛି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୭ ତାରିଖ ରାତିରେ କୁକୁଡ଼ାଙ୍ଗ ଗ୍ରାମର ବାମନ ସାଥୁଆଙ୍କ ପୁଅ ପ୍ରକାଶ ଚନ୍ଦ୍ର ସାଥୁଆ ତେନ୍ତୁଳିପଶିସ୍ଥିତ ନିଜ ଗହଣା ଦୋକାନ ବନ୍ଦ କରି ସ୍କୁଟିରେ ଘରକୁ ଫେରୁଥିଲେ। ମରାମତି ପାଇଁ ସେ ପ୍ରାୟ ୫୦ ଗ୍ରାମ ସୁନା ଗହଣା ସାଙ୍ଗରେ ନେଉଥିଲେ। ଏହି ସମୟରେ ଗ୍ରାମେଶ୍ୱରୀ ପୀଠ ନିକଟ ରାସ୍ତାରେ ଦୁଇଟି ମୋଟରସାଇକେଲରେ ଆସିଥିବା ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ପ୍ରକାଶଙ୍କ ସହ ସେମାନଙ୍କ ଧସ୍ତାଧସ୍ତି ହେବାରୁ ଜଣେ ଦୁର୍ବୃତ୍ତ ପିସ୍ତଲରୁ ଫାଙ୍କା ଗୁଳି ଚଳାଇଥିଲା। ପରେ ସେମାନେ ଏଫ୍‌ସିଆଇ ରାସ୍ତା ଦେଇ ଫେରାର ହୋଇଯାଇଥିଲେ।

ଏନେଇ ପ୍ରକାଶ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ଏସ୍‌ପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ଆଦିତ୍ୟ ପଟ୍ଟନାୟକ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ତିନି ଜଣଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା କୋରେଇର କାଳୀ ଦାସ ଓ ହରିନାଥ ଦାସ ଏବଂ ଗଞ୍ଜାମ ଜିଲ୍ଲା ଆସିକାର ଏମ୍‌. ଅଜୟ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ତଦନ୍ତରେ ଏସ୍‌ଆଇ ସତ୍ୟବ୍ରତ ରାଉତ, ଏଏସ୍‌ଆଇ ଜିତେନ୍ଦ୍ର ସାମଲଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।

Share

Leave a Reply