ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ଜନଶିକ୍ଷଣ ସଂସ୍ଥାନ ପକ୍ଷରୁ କମ୍ପ୍ୟୁଟର ଶିକ୍ଷା ସମାପ୍ତ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ପ୍ରଶିକ୍ଷକ ସୁମନ୍ତ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ପ୍ରତିନିଧି ଅକ୍ଷୟ ପଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବ୍ଲକର ସାମ୍ବାଦିକ ବୁଦ୍ଧଦେବ ବେହେରା, ଲଳିତ କୁମାର ବେହେରା ଓ ସ୍ୱସ୍ତିକ ଦେଶ ସାହୁ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି ପଦକ୍ଷେପ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ କମ୍ପ୍ୟୁଟର ଶିକ୍ଷା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି।













