ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ବିମଳଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

You are currently viewing ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ବିମଳଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

ଅନୁଗୋଳ: ଜେଏନୟୁର ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମଲ ଆକୋଇଜମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଚୁପ୍ ରହିଛନ୍ତି ବୋଲି ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୋମବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କ୍ରମରେ ଅନୁଗୋଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ପ୍ରତିମା ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାହୁଲ ଗାନ୍ଧୀ ଓ ମଣିପୁରର କଂଗ୍ରେସ ସାଂସଦ ଅଙ୍ଗୋମଚା ବିମଲ ଆକୋଇଜମଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଏହି ଅବସରରେ ଶତାଧିକ ମହିଳା କାର୍ଯ୍ୟକର୍ତା “ନାରୀ ଶକ୍ତିର ଅପମାନ, ସହିବନି ହିନ୍ଦୁସ୍ତାନ” ସ୍ଲୋଗାନ ଦେଇ ପୀଡ଼ିତା ଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରତିମା ମିଶ୍ରଙ୍କ ସମେତ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ, ଜିଲ୍ଲା ଉପ-ସଭାନେତ୍ରୀ ନମିତା ଦଳବେହେରା, ସୁଜାତା ଦାସ, ସରପଞ୍ଚ ସୁଜାତା ସାହୁ, ଜ୍ୟୋତିର୍ମୟୀ ଦେହୁରୀ, କାଉନସିଲର ସରିତା ମିଶ୍ର, ଆଇନଜୀବୀ ମମତା ପଟ୍ଟନାୟକ, ଅପର୍ଣ୍ଣା କର, ହେମକାନ୍ତି ରଥ, ତିଳୋତ୍ତମା ସାମନ୍ତଙ୍କ ସମେତ ଶତାଧିକ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Share

Leave a Reply