US CARE

ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ନେଇ ତାଳଚେର ଭରତପୁରଠାରେ ଜିଲ୍ଲା ବିଜେପିର ଏକ ବୈଠକ ସଭାପତି ଡିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଜିଲ୍ଲା କାର୍ଯ୍ୟକାରିଣୀ ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବାକୁ ବୈଠକରେ ସ୍ଥିରୀକୃତ ହୋଇଛି। ବୈଠକରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡ଼ନାୟକ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝି, ଜିଲ୍ଲା ଯୁବମୋର୍ଚା ପ୍ରଭାରୀ ଯଯାତି ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ନନ୍ଦ, କୋଷାଧକ୍ଷ ବିଶ୍ବଜିତ ମିଶ୍ର, ବରିଷ୍ଠ ନେତା କାଳନ୍ଦୀ ପ୍ରଧାନ ଓ ଦେବେନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ଦଳର ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

Leave A Reply

Your email address will not be published.