ବିଧାନସଭାରେ ଅନୁଗୋଳ ଆଇନ-ଶୃଙ୍ଖଳା ପ୍ରସଙ୍ଗ ଉଠାଇଲେ ତାଳଚେର ବିଧାୟକ

You are currently viewing ବିଧାନସଭାରେ ଅନୁଗୋଳ ଆଇନ-ଶୃଙ୍ଖଳା ପ୍ରସଙ୍ଗ ଉଠାଇଲେ ତାଳଚେର ବିଧାୟକ

ଭୁବନେଶ୍ୱର: ବିଧାନସଭା ଅଧିବେଶନରେ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ପଚାରିଥିଲେ ଯେ, ଗତ ୨ ବର୍ଷରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନାରେ ରାଜନୈତିକ ହିଂସା, ନାରୀ ନିର୍ଯାତନା, ଦୁଷ୍କର୍ମ, ଡ୍ରଗ୍ସ ଓ ବେଆଇନ ମଦ କାରବାର ନେଇ କେତେ ଅଭିଯୋଗ ଆସିଛି ଓ ସେଥିରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଏହାକୁ ରୋକିବାକୁ ସରକାର କଣ ପଦକ୍ଷେପ ନେଉଛନ୍ତି?

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନାରୀ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ତୁରନ୍ତ ଏଫ୍ ଆଇ ଆର୍ ଓ ନିର୍ଦ୍ଦିଷ୍ଟ ସମୟରେ ଚାର୍ଜସିଟ୍ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ନିଶା କାରବାର ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଦ୍ୱାରା ଚଢ଼ାଉ ଜାରି ରହିଛି ଓ ସମସ୍ତ ଥାନାରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

Share

Leave a Reply