ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ପଞ୍ଚାୟତ ସଭାପତି ବାନାମ୍ବର ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ସ୍ୱଚ୍ଛତା ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି। ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ବଅଁରପାଳ ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ନାଥ, ଅରୁଣାଭ ସିଂହ, ମଞ୍ଜୁଲତା ସାହୁ, ଶିବରାମ ସାହୁ, ନିର୍ମଳ ସାହୁ, ନଗି ସିଂହ ପ୍ରମୁଖ ଭାବେ ମିଶ୍ରଣ ପର୍ବ ପରିଚାଳନା କରିଥିଲେ। ଦୀପକ ବେହେରା, ସଙ୍ଗୀତା ବେହେରା, ବତୀ ନାଏକ, ହୃଷିକେଶ ନାଏକ, ମୋହନ ନାଏକ, ବସନ୍ତ ନାଏକ, କବିବର ନାଏକ, ଜନତା ନାଏକ ପ୍ରମୁଖ ବିଜେଡିରେ ଯୋଗଦାନ କରିଛନ୍ତି।
ଏବେ ଚାଲିଛି ମିଶାଣ ଫେଡାଣର ପର୍ବ
- Post published:January 25, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
