ଦେଶୀ ବନ୍ଧୁକ ଜବତ ଘଟଣା, ଫେରାର ଶିକାରୀ ଗିରଫ

You are currently viewing ଦେଶୀ ବନ୍ଧୁକ ଜବତ ଘଟଣା, ଫେରାର ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମର ଅକ୍ରୁର ମାଝୀଙ୍କ ଘର ସାମ୍ନାରୁ ଦେଶୀ ବନ୍ଧୁକ ଜବତ ଘଟଣାରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଛି। ଏ ନେଇ ୧୫୩/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଅକ୍ରୁରଙ୍କୁ ମଙ୍ଗଳବାର ଆଠମଲ୍ଲିକ କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଅକ୍ରୁର ଏକ ବନ୍ଧୁକ ନେଇ ଜଙ୍ଗଲକୁ ଶିକାର କରିବା ପାଇଁ ଯାଉଥିବା ବେଳେ ପୁଲିସ ତାଙ୍କୁ ପିଛା କରିଥିଲା। ପୁଲିସକୁ ଦେଖି ଅକ୍ରୁର ତାଙ୍କ ଘର ସାମନାରେ ବନ୍ଧୁକ ଫିଙ୍ଗି ଫେରାର ହୋଇ ଯାଇଥିଲେ। ସେ ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ବେଳେ ପୁଲିସ ତାଙ୍କୁ କାବୁ କରିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।

Share

Leave a Reply