ଛେଣ୍ତିପଦା: ଅନୁଗୁଳ ଜିଲ୍ଲା କୋଶଳା ପଞ୍ଚାୟତରେ କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ ସହାୟତାରେ ବିଶ୍ୱ ଯୁବ କେନ୍ଦ୍ର ପରିଚାଳିତ “ଆକ୍ସେସ ଟୁ ଜଷ୍ଟିସ” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ବାଲ୍ୟବିବାହ, ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯାତନା ବିଷୟ ସମ୍ପର୍କିତ ଏକଦିବସୀୟ କର୍ମଶାଳା କୋଶଳା ପଞ୍ଚାୟତ ଗୃହ ଠାରେ ଅନୁଷ୍ଠିତ ହୋଇଛି। ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ ଦାଶ ଅତିଥିଙ୍କୁ ସ୍ୱାଗତ କରିଥିଲେ। ପରେ କୋଶଳା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ ଶିଶୁଙ୍କ ଉପରେ ତାଙ୍କର ଅନୁଭୂତି ଓ କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା କରିଥିଲେ। ଏହାପରେ ଛେଣ୍ତିପଦା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଷମା ସେଠୀ କୋଶଳା ସୁପର ଭାଇଜର କାମିନୀ ରାଉଳ ଶିଶୁମାନଙ୍କ ସମସ୍ୟା ବାଲ୍ୟବିବାହ ଶିଶୁ ଶିକ୍ଷା ସହ ଶିଶୁମାନଙ୍କ ପାଇଁ ସରକାରୀ ଯୋଜନା ଉପରେ ଆଲୋଚନା କରିଥିଲେ।
ବାଲ୍ୟବିବାହ ନିରୋଧ ପାଇଁ ଆକ୍ସନ-ଏଡ୍ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା ଶିଶୁର ମୌଳିକ ଅଧିକାର, ଶିକ୍ଷା ଅଧିକାର ଆଇନ, ବାଲ୍ୟବିବାହ ନିଷେଧ ଆଇନ ଓ ଶିଶୁ ଶ୍ରମିକ ନିବାରଣ ଉପରେ ଆଇନଗତ ପ୍ରବଧାନ ବୁଝାଇଥିଲେ। ଶିଶୁମାନେ ତାଙ୍କପ୍ରତି ହେଉଥିବା କୌଣସି ଅନ୍ୟାୟ କ୍ଷେତ୍ରରେ ନିଜର ଗୋପନୀୟତା ରକ୍ଷାକରି ଟୋଲ ଫ୍ରି ନମ୍ବର ୧୦୯୮ ଓ ୧୧୨ ର ଉପଯୋଗ କରିହେବ ତାହା ଉପରେ ବୁଝାଇ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାକ୍ଷୀ ୱାନ ଷ୍ଟପ ସେଣ୍ଟରର ଶକ୍ତିସ୍ୱରୂପା ଦାସ ଓ ଶୁଭଲକ୍ଷ୍ମୀ ରାଉଳ, କାଉନସିଲର ଗିରିଜା ନନ୍ଦନ ସାହୁ, ଚାଇଲ୍ଡ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଆକ୍ସେ୍ସ ଟୁ ଜଷ୍ଟିସ୍ କାର୍ଯ୍ୟକର୍ତ୍ତା ଗୋପବନ୍ଧୁ ସାହୁ, କୋଶଳା ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।