ପୁଣି ନାଲକୋ ସ୍ମେଲ୍ଟର ପ୍ଲାଣ୍ଟରେ ଦୁର୍ଘଟଣା, ଜଣେ କର୍ମଚାରୀଙ୍କ ମୃତ୍ୟୁ

You are currently viewing ପୁଣି ନାଲକୋ ସ୍ମେଲ୍ଟର ପ୍ଲାଣ୍ଟରେ ଦୁର୍ଘଟଣା, ଜଣେ କର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟ ଭିତରେ ଦୁର୍ଘଟଣା ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଛବିଳ ନାଏକ। ସେ ପରିବାର ସହିତ ନାଲକୋ କଲୋନୀର କ୍ୱାର୍ଟର ନମ୍ବର ବି ୨୧୧୯ ରହୁଥିଲେ।

ସୂଚନା ମୁତାବକ, ଛବିଳ ଗତକାଲି ୯.୩୦ ରେ ନାଲକୋ ପ୍ଲାଣ୍ଟ ଭିତରକୁ ପ୍ରବେଶ କରିଥିଲେ। ରାତିରେ କାମ କରିବା ବେଳେ ପାଖାପାଖି ୧୦.୨୦ ଟା ବେଳେ କ୍ରେନ୍ ର ହୁକ୍ ଚେଞ୍ଜ କରୁଥିବା ସମୟରେ ସେ ପ୍ଲାଣ୍ଟ ଟି.ଭି.ଏସ ଷ୍ଟାଣ୍ଡରୁ ଖସି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନାଲକୋ ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।

ଏହା ପରେ କ୍ଷତିପୂରଣ ଦାବିରେ ନାଲକୋ ମେଡ଼ିକାଲ ସମ୍ମୁଖରେ ଶବକୁ ରଖି ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା। ନାଲକୋ ପକ୍ଷରୁ ଜିଏମ ଶୁଭେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ସମସ୍ତ ୟୁନିୟନ୍ ଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରର ଜଣକୁ ନିଯୁକ୍ତି ଏବଂ ନାଲକୋ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

Share

Leave a Reply