CADLAB

ଗାତରେ ପଡ଼ି ଜଣେ ମୃତ

0

ଅନୁଗୁଳ: ସ୍ଥାନୀୟ ରାଣୀଗୁଡାସ୍ଥିତ କେନାଲ ନିକଟରେ ଏକ ଗାତରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ରାଣୀଗୁଡାର ରସିଆ ଗୋଛାୟତ। ପୁଲିସ୍ ସୂଚନା ଅନୁସାରେ, ସେ ଶନିବାର ଭୋର ସମୟରେ କେନାଲ ଆଡକୁ ଯାଇଥିଲେ। ଅସାବଧାନତାବଶତଃ ସେଠାରେ ଥିବା ଏକ ଗାତରେ ସେ ପଡ଼ିଯିବାରୁ ଏଥିରୁ ଆଉ ଉଠି ପାରି ନଥିଲେ । ଗାତ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.