CADLAB

ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ହଡ଼ପ

ଥାନାରେ ଏତଲା, ପୁଲିସର ଛାନ୍‌ଭିନ୍

0

ଅନୁଗୁଳ: ଜଣେ ମହିଳାଙ୍କ ଆକାଉଣ୍ଟରୁ ୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହେବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ବିକ୍ରମପୁର ଥାନା ଇଲାକା ଭରତପୁର ନେହେରୁ ଶତାବ୍ଦୀ ନଗର ନିବାସୀ ଅପୂର୍ବ ରଞ୍ଜନ ସିଂଙ୍କ ପତ୍ନୀ ଲତା ସିଂହଙ୍କ ଏକ ଆକାଉଣ୍ଟ ତାଳଚେର ଶର୍ମାଛକ ସ୍ଥିତ ଆକ୍ସିସ୍ ବ୍ୟାଙ୍କରେ ରହିଛି । ତାଙ୍କ ପୁଅ ଦଶମ ଶ୍ରେଣୀରେ ପଢୁଥିବାରୁ ଅନ୍‌ଲାଇନ୍ କ୍ଲାସ୍ କରିବା ପାଇଁ ଗତବର୍ଷ ଅଗଷ୍ଟ ୫ ତାରିଖରେ ‘ ଆମାଜନ୍’ରୁ ଏକ ଲାପଟପ୍ କିଣିଥିଲେ । ଲାପଟପ୍ କିଣିବାବେଳେ ତାଙ୍କ ଡେବିଟ୍ କାର୍ଡର ନମ୍ବର ପୁଅର ସାଙ୍ଗକୁ ଦେଇଥିଲେ । ଲାପଟପ୍ କିଣିବା ପରେ ତାଙ୍କ ଆକାଉଣ୍ଟରେ ୨ ଲକ୍ଷ ୮୧ ହଜାର ଟଙ୍କା ରହିଥିଲା। ଏହାପରେ ସେ ଉକ୍ତ ଆକାଉଣ୍ଟରୁ କୌଣସି ଟଙ୍କା ନେଣଦେଣ କରିନଥିଲେ । ମାତ୍ର ଗତ ୧୯ ତାରିଖ ଦିନ ସେ ଆକ୍ସିସ୍ ବ୍ୟାଙ୍କକୁ ଯାଇଜମା ଖାତା ଅପଡେଟ୍ କଲାବେଳେ ଆକାଉଣ୍ଟରୁ ୨ ଲକ୍ଷ ୩ ହଜାର ଟଙ୍କାର କାରବାର ହୋଇଥିବା ଜାଣିବାକୁ ପାଇଥିଲେ । ଆକାଉଣ୍ଟରୁ ଏତେ ଟଙ୍କା ଗାଏବ୍ ହେବା ଜାଣିବା ପରେ ତାଙ୍କ ମୁଣ୍ଡ କିଛି କାମ କରିନଥିଲା । ତେବେ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କାରେ ଅନଲାଇନ୍ ସପିଂ ହୋଇଥିବା ଜଣାପଡ଼ିବା ପରେ ପୁଅର ସାଙ୍ଗ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା । ସେ ଏନେଇ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଛାନ୍‌ଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.