ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

0

ଅନୁଗୁଳ: ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସବ୍‌ଇନ୍ସପେକ୍ଟର ଅକ୍ଷୟ କୁମାର ଗଡ଼ନାୟକଙ୍କୁ ସମ୍ବଲପୁରଠାରେ ଜିଆରଏମ୍ ପ୍ରଦୀପ କୁମାର ଉତ୍କର୍ସ ସେବା ସମ୍ମାନ ପ୍ରଦାନ କରିଛନ୍ତି । ୬୫ତମ ରେଳ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମ୍ବଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଇଣ୍ଡା ରେଲୱେ ଫାଣ୍ଡି ଅଧିକାରୀ ଶ୍ରୀ ଗଡ଼ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରୀ ଗଡ଼ନାୟକ ରେଳଯାତ୍ରୀଙ୍କୁ ସୁରକ୍ଷା ଦେବା, ରେଳ ପରିସର ଏବଂ ଅଞ୍ଚଳକୁ ଅପରାଧମୁକ୍ତ କରିବା ସହ ଗତବର୍ଷ ମାର୍ଚ୍ଚ ୧୮ରେ ବଇଣ୍ଡା ଷ୍ଟେସନରେ କରୋନା ସଚେତନତା ଅଭିଯାନ କରି ଚର୍ଚ୍ଚାକୁ ଆସିଥିଲେ । ରେଳଯାତ୍ରୀଙ୍କୁ ପାଣି ଏବଂ ମାସ୍କ ବଣ୍ଟନ କରିବା ସହ ରେଳ ଧାରଣାର ଆତ୍ମହତ୍ୟା ପ୍ରବଣ ଅଞ୍ଚଳକୁ ସଠିକ ନଜର ରଖି ଅନେକ ଜୀବନ ବଞ୍ଚାଇ ପାରିଛନ୍ତି ।

Leave A Reply

Your email address will not be published.

error: Content is protected !!