ନଳକୂଅ ପାଣିରେ ଲୁହାଗୁଣ୍ଡ, ହନ୍ତସନ୍ତ ଚନ୍ଦନପୁରବାସୀ

0

ଅନୁଗୁଳ: ବଅଁରପାଳ ବ୍ଳକ୍ ତଳମୂଳ ଚନ୍ଦନପୁର ଗାଁ ତଳସାହି ନଳକୂଅରୁ ଲୁହାଗୁଣ୍ଡମିଶା ପାଣି ବାହାରୁଛି। ସାହିବାସୀ ତେଣୁ ପାନୀୟଜଳ ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି। ଏବେ ଖରାତେଜ ବଢ଼ିଥିବାବେଳେ ପାଇପରେ ସାହିକୁ ଯୋଗାଣ ହେଉଥିବା ଜଳ ଆବଶ୍ୟକତା ମେଣ୍ଟାଇପାରୁନି । ତେଣୁ ନଳକୂଅ ଉପରେ ଅଧିବାସୀମାନେ ନିର୍ଭର କରୁଛନ୍ତି। ସାହିରେ ଗୋଟିଏ ମାତ୍ର ନଳକୂଅ ଥିବାବେଳେ ଏଥିରୁ ପାଣି ନେବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି । ଏଥିରୁ ଯେଉଁ ପାଣି ବାହାରୁଛି, ସେଥିରେ ଲୁହାଗୁଣ୍ଡ ରହୁଛି । କିଛି ସମୟ ପରେ ପାଣି ନାଲି ହୋଇଯାଉଛି । ଯଥାଶୀଘ୍ର ସମ୍ଭବ ଏହାର ପ୍ରତିକାର କରାଯିବାକୁ ସାହିବାସୀ ଦାବି କରିଛନ୍ତି ।

 

Leave A Reply

Your email address will not be published.

error: Content is protected !!