solar

ମହିଳାଙ୍କ ଭ୍ୟାନିଟିରୁ ଟଙ୍କା ଛଡ଼ାଇନେଲେ

0

ଅନୁଗୁଳ: କୋଲିୟରୀ ଥାନା ଇଲାକା ସାଉଥବଲଣ୍ଡା ୟୁକୋ ବ୍ୟାଙ୍କ ପରିସରରେ ଜଣେ ମହିଳା ଲୁଟପାଟରେ ଶିକାର ହୋଇଛନ୍ତି । କେହି ଦୁର୍ବୃତ୍ତ ତାଙ୍କ ବ୍ୟାଗରୁ ୨୪ ହଜାର ୬୦୦ ଟଙ୍କା ଝାମ୍ପି ନେଇଥିବା ସେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ସାଉଥବଲଣ୍ଡାର ଅନିତା ଲାଲ୍(୪୫)। ସେ ଶୁକ୍ରବାର ପୂର୍ବାହ୍ନରେ ସାଉଥବଲଣ୍ଡା ୟୁକୋ ବ୍ୟାଙ୍କକୁ ଆସିଥିଲେ। ସେଠାରୁ ୨୪ ହଜାର ୬୦୦ ଟଙ୍କା ଉଠାଇ ଭ୍ୟାନିଟି ବ୍ୟାଗରେ ରଖିଥିଲେ । ମାତ୍ର ବ୍ୟାଙ୍କରୁ ବାହାରିବା ପରେ ତାଙ୍କ ଭ୍ୟାନିଟିରୁ ଟଙ୍କା ଉଭାନ୍ ହୋଇସାରିଥିଲା । ବ୍ୟାଙ୍କରେ ଗହଳିର ଫାଇଦା ନେଇ କେହି ଦୁର୍ବୃତ୍ତ ଟଙ୍କା ନେଇଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି।

Leave A Reply

Your email address will not be published.