କାରକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ, ଡ୍ରାଇଭର ଅଟକ

You are currently viewing କାରକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ, ଡ୍ରାଇଭର ଅଟକ

ଅନୁଗୁଳ: ଅନୁଗୁଳ ବ୍ଲକ ସାମ୍ନାରେ ଆଜି ଏକ କାରକୁ ଇଟା ବୋଝେଇ ଟ୍ରକ ଧକ୍କା ଦେଇଛି। ସୌଭାଗ୍ୟବଶତଃ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ।
ସୂଚନା ମୁତାବକ, କାରଟି ଥାନା ଛକ ଆଡୁ ରାଜା ଛକ ଅଭିମୁଖେ ଯାଉଥିବା ବେଳେ ଇଟା ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିଲା। ତେବେ ଟ୍ରକଟି କାରକୁ ଧକ୍କା ଦେଇ ପଳାଉଥିବା ବେଳେ ଥାନା ଛକର ରେଡ୍ ସିଗନାଲ୍ ଥିବାରୁ ଅଟକି ଥିଲା। ଇଟା ବୋଝେଇ ଟ୍ରକ ଡ୍ରାଇଭରଙ୍କୁ କାର ଚାଳକ ଏବଂ ଦୁଇ ସାଥୀ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଫଳରେ ଥାନା ଛକରେ ନିୟୋଜିତ ହୋଇଥିବା ଟ୍ରାଫିକ୍ କର୍ମଚାରୀ ଆସି ଟ୍ରକ ଡ୍ରାଇଭରଙ୍କୁ ଥାନାକୁ ନେଇ ଯାଇଥିବା ଜଣାଯାଇଛି।

Share

Leave a Reply