ଟ୍ରଲର-କଣ୍ଟେନର ମୁହାମୁହିଁ ଧକ୍କା

You are currently viewing ଟ୍ରଲର-କଣ୍ଟେନର ମୁହାମୁହିଁ ଧକ୍କା

ଅନୁଗୁଳ: ଅନୁଗୁଳ ବଜାର ଦଶହରା ପଡ଼ିଆ ନିକଟରେ ଏକ ଟ୍ରଲର ଓ କଣ୍ଟେନର ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ।

ସୂଚନା ମୁତାବକ, ଶୁକ୍ରବାର ଭୋର ୪ଟା ବେଳେ ଦଶହରା ପଡ଼ିଆ ନିକଟରେ ୫୫ନଂ ଜାତୀୟ ରାଜପଥରେ ଅସାବଧାନତା ଫଳରେ ଟ୍ରଲର ଓ କଣ୍ଟେନର ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଦିନ ୧୧ଟାରେ ଦୁଇ ଗାଡ଼ିକୁ ରାସ୍ତା ଉପରୁ କ୍ରେନ୍ ସାହାଯ୍ୟରେ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

Share

Leave a Reply