ଅନୁଗୁଳ: ଅନୁଗୁଳ ସହରର କଲେଜ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ ମାରୁତି ବ୍ରିଜା କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଭିତରକୁ ପସିଯାଇଥିଲା। ଫଳରେ ଦୋକାନଟି ଭାଙ୍ଗିରୁଜି ଯାଇଛି। କାରଟି ବିଳମ୍ବିତ ରାତିରେ ଆଠଗଡ ଆଡୁ ଅନୁଗୁଳ ଆସୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲା ବେଳେ ଗାଡି ମାଲିକ ବୌଦ୍ଧ ଜିଲ୍ଲାର ବୋଲି ଜଣାପଡିଛି। ଖବରପାଇ ଅନୁଗୁଳ ପୁଲିସ ଏକ ମାମଲା ରୁଜକରି ଘଟଣାର ତଦନ୍ତ କରୁଛି।
ଦୋକାନରେ ପଶିଗଲା ଗାଡି
- Post published:September 11, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul