ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉପରତଳ ହେଉଥିବା ବେଳେ ଶନିବାର ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କକୁ ଖସିଚି।ଆଜି ଜିଲ୍ଲାରେ ୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୨ଜଣ (୧ ଜଣ ପୁରୁଷ ଓ ୧ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୨ଜଣ ( ୨ଜଣ ପୁରୁଷ ) ଓ ତାଳଚେର ବ୍ଲକ୍ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକ ମଧ୍ୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ, ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ସେହିଭଳି ଜିଲ୍ଲାରୁ ଆଜି ୧୬ଜଣ ସୁସ୍ଥ ହୋଇଛନ୍ତି ।
ଅନୁଗୁଳରେ କରୋନା ସଂକ୍ରମଣ ଦୁଇ ଅଙ୍କରୁ ଖସିଲା, ୫ ନୂଆ ପଜିଟିଭ୍
- Post published:September 11, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
You Might Also Like
କଣିହାଁରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୬୭ଟି ଅଭିଯୋଗ ଗ୍ରହଣ, ୫ଟିର ତୁରନ୍ତ ଫଇସଲା କଲେ ଅତିରିକ୍ତ ଜିଲ୍ଲାପାଳ
ଗୋଷ୍ଠୀ ସଂଘର୍ଷରେ ରକ୍ତରଞ୍ଜିତ ହେଲା ଝାରବନ୍ଧଲୀ: ଗୁଳିକାଣ୍ଡ ଓ ଠେଙ୍ଗାମାଡ଼ରେ ୫ ଆହତ, ୧ ପ୍ଲାଟୁନ ଫୋର୍ସ ମୁତୟନ









