ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ମୃତ

You are currently viewing ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ମୃତ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ସରଧାପୁର ଗାଁର ମଣିପାଲ ସିଂହ ।

ସୂଚନା ମୁତାବକ, ଗତ ରାତି ୧୦ଟାରେ ଅନୁଗୁଳ ଟାଉନ ଥାନା ନିକଟସ୍ଥ ହନୁମାନ ବଜାର ନିକଟରେ ଏକ ଅଜଣା ଗାଡ଼ି ମଣିପାଲଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେଠାରୁ ତାଙ୍କୁ ଟାଉନ ଥାନା ପୋଲିସ ପିସିଆର ଗାଡ଼ିରେ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମଣିପାଲ ତାଙ୍କ ସ୍କୁଟିରେ କାଞ୍ଚନ ବଜାର ଆଡ଼ୁ ପିଟିସି ଛକ ଆଡ଼କୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଛିଟିକି ପଡ଼ିଥିଲେ।

Share

Leave a Reply