ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ, ଦୁଇ ଦିନରେ ଦୁଇଟି ଦୁର୍ଘଟଣାରେ ଗଡ଼ିଲା ୩ ମୁଣ୍ଡ

0

ଅନୁଗୁଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ। ଦୁଇ ଦିନରେ ଦୁଇଟି ଦୁର୍ଘଟଣାରେ ଗଡ଼ିଛି ୩ଟି ମୁଣ୍ଡ। ଗୁରୁବାର ଅନୁଗୁଳ ଜିଲ୍ଲା ନୂଆହତା ଠାରେ ବାଇକ ଉପରେ ଏକ ଟ୍ରକ ଚଢ଼ିଯିବା ଫଳରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

ତେବେ ଆଜି ପୁଣି ଜାତୀୟ ରାଜପଥରେ ଡ୍ୟୁଟିକୁ ଯିବା ବେଳେ ଟ୍ରକ ତଳେ ଜଣଙ୍କ ଜୀବନ ଯାଇଛି ଓ ଆଉ ଜଣେ ଗୁରୁତର ହୋଇଛନ୍ତି। ଅନୁଗୁଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଗତସିଂହପୁରର ବିକ୍ରମ ରାଉତରାୟ ଓ ଆହତ ଜଣକ ହେଲେ କରଣ ବୀର ଗୋପୀ।

ଉଭୟ ସ୍ଥାନୀୟ ଏକ କମ୍ପାନୀରେ ଡ୍ୟୁଟି ପାଇଁ ଯାଉଥିବା ବେଳେ ରାଜପଥ ୫୫ ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାକୁ ନେଇ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପୋଲିସର ବୁଝାସୁଝା ପରେ ଦୁଇ ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!