ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ୨ ମୃତ

You are currently viewing ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ମୂଷା ପାପୁଲି ନିକଟରେ ଗୁରୁବାର ଦିନ ପ୍ରାୟ ସାଢେ଼ ଏଗାର ଟା ବେଳେ ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଟାଟା ପାୱାର ଅଧୀନରେ କାମ କରୁଥିବା ସାମ ପାୱାରର ଦୁଇ ଯୁବ କର୍ମଚାରୀ ବାଇକ୍ ଯୋଗେ ବଡକେର। ଯାଉଥିବା ବେଳେ ମୂଷା ପାପୁଲି ନିକଟରେ ଦୃତ ଗତିରେ ଆସୁଥିବା ଟ୍ରକ୍ (ଓଡ଼ି୧୯ କେ ୪୩୮୮) ଧକ୍କା ଦେଇଥିଲା ଏଥିରେ ଦୁଇ ଯୁବକ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ମୃତକ ଙ୍କ ମଧ୍ୟରୁ ଜଣେ କୁକୁଡ଼ାଙ୍ଗ ଅଞ୍ଚଳର ସନ୍ତୋଷ ସାହୁ(୩୦) ବୋଲି ଜଣ ପଡ଼ିଛି ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ। ଶବ ଦୁଇଟିକୁ ପୋଲିସ ଅନୁଗୁଳ ଡାକ୍ତରଖାନା ଆଣିଥିବା ବେଳେ କ୍ଷତିପୂରଣ ଦାବିରେ ସଂଘ କର୍ମଚାରୀମାନେ ଅଡି ବସିଛନ୍ତି। ଖବର ଲେଖା ହେଲା ବେଳକୁ ଉତ୍ତେଜନା ଲାଗି ରହିଛି। ଟାଟା କିମ୍ବା ସାମ ପାୱାର ର କେହି ଅଧିକାରୀ ଘଟଣାସ୍ଥଳକୁ ବର୍ତ୍ତମାନ ସୁଦ୍ଧା ଆସି ନାହାନ୍ତି।

Share

Leave a Reply