ପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

0

ଅନୁଗୁଳ: ପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ ଓ ଫଟୋ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଅନୁଗୁଳ ସହର ଉପକଣ୍ଠରେ ଭଡ଼ା ଘରେ ରହୁଥିବା ଜଣେ କଲେଜ ଯୁବତୀଙ୍କୁ ପ୍ରେମ ଜାଲରେ ପକାଇବା ପରେ ବ୍ଲାକମେଲ କରି ଯୁବକ ବନ୍ଧା ହୋଇଛନ୍ତି। ଅଭିଯୁକ୍ତ କଣିହାଁ ଥାନା କଣ୍ଟାପାଳ ତିତିରିମା ଗାଁର ଦିନେଶ ଦାସ ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ମୁତାବକ, ଦିନେଶ ବନ୍ତଳା ଅଞ୍ଚଳରେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ।ସେ ଅନୁଗୁଳ ସହରର ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ପଢୁଥିଲେ। ସେହି ଇନଷ୍ଟିଚ୍ୟୁଟକୁ ପୀଡ଼ିତା ଯୁବତୀ ମଧ୍ୟ ପଢ଼ିବାକୁ ଆସୁଥିଲେ। ସମ୍ପର୍କରେ ଉଭୟେ ଦୂର ସମ୍ପର୍କୀୟ ମାଉସୀ ଓ ପୁତୁରା ହେବେ। ତେବେ ସମୟକ୍ରମେ ଯୁବକ ଜଣକ ଯୁବତୀଙ୍କୁ ଭଲ ପାଇ ବସିଥିଲେ। ତାଙ୍କୁ ପ୍ରେମ ନିବେଦନ ବି କରିଥିଲେ। କିନ୍ତୁ ଯୁବତୀ ମନା କରିବାରୁ ଦିନେଶ ତାଙ୍କର ଫଟୋ ଉଠାଇ ତାହାକୁ ଏଡିଟ କରି ଅଶ୍ଳୀଳ ଫଟୋ ତିଆରି କରିଥିଲେ।

ତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ରାଜି ନହେଲେ ଫଟୋ ଭାଇରଲ କରିବାକୁ ବ୍ଲାକମେଲିଂ କରୁଥିଲା। ଯୁବତୀଙ୍କ ନାଁରେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ସେହି ଫଟୋକୁ ଦିନେଶ ଭାଇରାଲ କରିଥିଲା। ଏ ନେଇ ଯୁବତୀଙ୍କ ବାପା ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!