ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଆସିଲା ରାୟ: ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

You are currently viewing ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଆସିଲା ରାୟ: ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅନୁଗୁଳ ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି।

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁର
ଗ୍ରାମର ହାଡ଼ିବନ୍ଧୁ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ୨୦୨୧ ଅକ୍ଟୋବର ୨୪ ତାରିଖରେ ମାମଲା ରୁଜୁ ହୋଇଥିଲା। ଫାଷ୍ଟଟ୍ରାକ କୋର୍ଟରେ ଏହି ମାମଲା ବିଚାରାଧୀନ ଥିଲା। ଆଜି ଅନୁଗୁଳ ଏଡିଜେ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ହାଡ଼ିବନ୍ଧୁକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ ଶୁଣାଣି କରିଛନ୍ତି।

Share

Leave a Reply