ଇଣ୍ଡୋନେସିଆର ବାଲିରେ ଡେଷ୍ଟିନେସନ୍ ୱେଡିଂ କଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ

You are currently viewing ଇଣ୍ଡୋନେସିଆର ବାଲିରେ ଡେଷ୍ଟିନେସନ୍ ୱେଡିଂ କଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ

ଭୁବନେଶ୍ୱର: ବିବାହ କଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଓଡ଼ିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ଏଲିନା।

ଏଥର ପରଦାରେ ମିଛି ମିଛିକା ନୁହେଁ, ସତରେ ବୋହୂ ସାଜିଛନ୍ତି ଓଲିଉଡ ଅଭିନେତ୍ରୀ ଏଲିନା। ଇଣ୍ଡୋନେସିଆ ବାଲିରେ ସେ ଅନୁରାଗଙ୍କ ହାତ ଧରିଛନ୍ତି। ଏଲିନା ନିଜ ବାହାଘର ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ତେବେ ବଡ଼ ଖବର ହେଉଛି ଏଲିନାଙ୍କ ବିବାହ ଖବର ଫ୍ୟାନ କି ଓଲିଉଡ, କାହାକୁ ବି ଜଣାନଥିଲା।

ସମ୍ପୂର୍ଣ୍ଣ ଗୋପନୀୟତାର ସହ ବିବାହ କରିଛନ୍ତି ଏଲିନା। ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ କରିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରକାଶ ଯେ ୨୦୧୫ରେ ଇସ୍କ ତୁ ହି ତୁ ସିନେମା ମାଧ୍ୟମରେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ ଏଲିନା।

Share

Leave a Reply