ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନବନିର୍ବାଚିତ ପ୍ରତିନିଧି ମଣ୍ଡଳୀଙ୍କ ସହ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଥିଲେ।
ଏହି ସାକ୍ଷାତକାରରେ ଅନୁଗୁଳ ଜିଲ୍ଲାରେ ସାମଗ୍ରିକ ଶିଳ୍ପର ଅଭିବୃଦ୍ଧି ଭିତ୍ତିଭୂମି ବିକାଶ ଉପରେ ବିଚାର ବିମର୍ଶ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଏ ସଂକ୍ରାନ୍ତରେ ଅନୁଗୁଳ ଜିଲ୍ଲାରେ ଶିଳ୍ପ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ବିକାଶ ପାଇଁ ସମସ୍ତ ସହାୟତା ପାଇଁ ଦୃଢ଼ ଆଶ୍ଵାସନା ଦେଇଥିଲେ।
ଏହି ପ୍ରତିନିଧି ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ ଜୈନ, ସଭାପତି ଦୀପକ ବର୍ମା, ସଂପାଦକ ଅଶୋକ ମୋଦୀ, କାର୍ଯ୍ୟକାରୀ ସଂପାଦକ ସେକ ରଫିକ, ମୁଖ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ଦୁଃଖବନ୍ଧୁ ସାହୁ ଓ ସୁନୀଲ ଅଗ୍ରୱାଲା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।