ଅନୁଗୁଳ ଗସ୍ତରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭୋଟର ତାଲିକା ସଂଶୋଧିତ ଅଭିଯାନର କଲେ ଯାଞ୍ଚ

You are currently viewing ଅନୁଗୁଳ ଗସ୍ତରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭୋଟର ତାଲିକା ସଂଶୋଧିତ ଅଭିଯାନର କଲେ ଯାଞ୍ଚ

ଅନୁଗୁଳ: ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସିଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ସଚିବ ଶତ୍ରୁଘ୍ନ କର। ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଅଭିଯାନର ପରିପ୍ରେକ୍ଷୀରେ ଶ୍ରୀ କର ଅନୁଗୁଳ ସହର ସମେତ ଜିଲ୍ଲାର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ବୁଥସ୍ତରୀୟ ଅଧିକାରୀ (ବି. ଏଲ. ଓ) ଏବଂ ଜିଲ୍ଲାସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କ ଠାରୁ ଏହି ଅଭିଯାନର କାର୍ଯ୍ୟକାରିତାର ଯାଞ୍ଚ କରିବା ସହ ପ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ ଯେ, ମୁକ୍ତ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରତ୍ୟେକ ବର୍ଷ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ କରିଥାନ୍ତି। ଏହି ଅଭିଯାନରେ ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ସଂଶୋଧନ ସହିତ ନୂତନ ଭାବେ ୧୮ ବର୍ଷ ବୟସରେ ପଦାର୍ପଣ କରୁଥିବା ଯୁବକ ଯୁବତୀ ନିଜ ନାମ ପଞ୍ଜିକରଣ କରିପାରିବେ ବୋଲି ଜଣାଯାଇଛି।

Share

Leave a Reply