ଅନୁଗୁଳ: ଅନୁଗୁଳ ବିଏଡ୍ କଲେଜ୍ ନିକଟସ୍ଥ ଶ୍ରୀକ୍ଷେତ୍ର ହୋଟେଲରୁ ବୁଧବାର ସକାଳେ ଏକ ବିଷ ହୀନ ସର୍ପକୁ ଉଦ୍ଧାର କରାଯାଇଛି। ସକାଳ ବେଳା ହୋଟେଲର ରୋଷେଇ କାମ ଚାଲିଥିବା ବେଳେ ହଠାତ୍ ଏକ ତିନି ଫୁଟିଆ ସାପକୁ ଦେଖି କର୍ମଚାରୀମାନେ ଡରିଯାଇଥିଲେ। ଏହାପରେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦିଆଯାଇଥିଲା। ଆଦିତ୍ୟ ହୋଟେଲ ରେ ପହଞ୍ଚି ଉକ୍ତ ସାପଟି ଏକ ପାଣିଧଣ୍ଡ ବୋଲି ଚିହ୍ନଟ କରିବାସହ ତାକୁ ଉଦ୍ଧାର କରି ନିକଟସ୍ଥ ପୋଖରୀରେ ଛାଡ଼ି ଦେଇଥିଲେ ।
ହୋଟେଲରୁ ସାପ ଉଦ୍ଧାର କଲେ ଆଦିତ୍ୟ
- Post published:February 9, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
Tags: Angul


