୧୦ ବର୍ଷ ପରେ ବଡଯୋରଡ଼ା ରାସ୍ତାରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ, ଖୁସି ବ୍ୟକ୍ତ କଲେ ଗାଁ ଲୋକ

You are currently viewing ୧୦ ବର୍ଷ ପରେ ବଡଯୋରଡ଼ା ରାସ୍ତାରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ, ଖୁସି ବ୍ୟକ୍ତ କଲେ ଗାଁ ଲୋକ

ତାଳଚେର: ସ୍ଥାନୀୟ ତାଳଚେର ବ୍ଲକ ବଡ଼ଯୋରଡା ଗାଁରେ ଆଜି ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛି। ଗାଁ ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ସ୍ଥାୟୀ ଗୃହ ସହ ପାଚେରୀ ନିର୍ମାଣ କରୁଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ତାଳଚେର ତହସିଲ ଓ ଉପଖଣ୍ଡ ପୋଲିସ ପ୍ରଶାସନର ମିଳିତ ଏକ ଟିମ ବଡଯୋରଡ଼ାକୁ ଯାଇ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦୀର୍ଘ ୧୦ ବର୍ଷ ପରେ ରାସ୍ତାଟି ଜବରଦଖଲମୁକ୍ତ ହୋଇଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜବରଦଖଲକାରୀ ମାନେ ପ୍ରଶାସନକୁ ସହଯୋଗ କରୁଛନ୍ତି ବୋଲି ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ କହିଛନ୍ତି।

Share

Leave a Reply