ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା

0

ଭୁଵନେଶ୍ବର : ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା। ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି ଲେଖାଯାଇଛି। ନୂଆ ଜମି କ୍ରୟ କ୍ଷେତ୍ରରେ ଜମିର ମୂଲ୍ୟ ଓ ବିକ୍ରେତା ସହ ଏଗ୍ରିମେଣ୍ଟ ଦାଖଲ କରିବାକୁ ପଡ଼ିବ। ସେହିପରି ଘର ନିର୍ମାଣ କ୍ଷେତ୍ରରେ ଘରବାରି ଜମିର ମାଲିକାନା ସ୍ବତ୍ବ, ପ୍ଲାନ ଆପ୍ରୁଭାଲ ଓ ଏକଜିକ୍ୟୁଟିଭ ଇଂଜିନିୟରି,ବିଡିଏ କିମ୍ବା ହାଉସିଂ ବୋର୍ଡ ବିସ୍ତୃତ ଅଟକଳ ଦାଖଲ କରିବାକୁ ପଡ଼ିବ।

ଏସବୁ ପାଇଁ ଆବଦେନକାରୀଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି। ଜମି କିଣିବା ପାଇଁ କରିଥିବା ଆବେଦନକୁ ପ୍ରଦାନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଆଗ୍ରିମେଣ୍ଟକୁ ମଧ୍ୟ ଶିକ୍ଷକଙ୍କୁ ଦାଖଲ କରିବା ପାଇଁ କୁହାଯାଇଛି। ତେବେ ଏହା କେବଳ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଲାଗୁ ନେଇ ଚିଠିରେ ଉଲ୍ଲେଖ ରହିଥିବା ବେଳେ ଏମଇ ସ୍କୁଲ ଶିକ୍ଷକଙ୍କ ପାଇଁ କୌଣସି ଘୋଷଣା ହୋଇନାହିଁ ।

Leave A Reply

Your email address will not be published.

error: Content is protected !!