ସିଏମଓରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ ଓ ସୁରେଶ ଚନ୍ଦ୍ର ମହାପାତ୍ର

You are currently viewing ସିଏମଓରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ ଓ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ବିଜେଡିର ପରାଜୟ ପରେ ଜଣେ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଇସ୍ତଫା ଦେଇଛନ୍ତି। ବୁଧବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ।

ସେହିପରି ଆଜି ମୁଖ୍ୟମନ୍ତ୍ରୀଙ୍କ ଦୁଇ ଜଣ ପରାମର୍ଶଦାତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଆର୍. ବାଲକ୍ରିଷ୍ଣନ ଓ ସୁରେଶ ଚନ୍ଦ୍ର ମହାପାତ୍ର। ସୁରେଶ ମହାପାତ୍ର ସିଏମ୍ଓ ମୁଖ୍ୟ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଥିବା ବେଳେ ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନ ମଧ୍ୟ ଇସ୍ତଫା ଦେଇଛନ୍ତି।

ପ୍ରକାଶ ଯେ ବାଲକ୍ରିଷ୍ଣନ୍ ପୂର୍ବରୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଥିଲେ। ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିଲେ। କାର୍ଯ୍ୟକାଳ ସରିବା ପରେ ବି ସୁରେଶଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ତାଙ୍କୁ ଓଇଆରସି ଦାୟିତ୍ୱ ଦିଆଯାଇଥିଲା। ଏହା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ।

Share

Leave a Reply