ଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକ ପରିଦର୍ଶନ କରି କାର୍ଯ୍ୟକ୍ଷମ ଥିବା ବସୁଧା ଯୋଜନାର ସମୀକ୍ଷା କଲେ ଉପଦେଷ୍ଟା

0

ଅନୁଗୁଳ: ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ଆଜି ଅନୁଗୁଳ ସର୍କିଟ ହାଉସରେ ଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକରେ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ବସୁଧା ଯୋଜନାର କାର୍ଯ୍ୟକାରିତା ଓ ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହିତ ବନ୍ଦ ଥିବା କିମ୍ବା ମରାମତି ହେବାକୁ ଥିବା ପ୍ରକଳ୍ପଗୁଡିକର ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ବସୁଧା ଉପଦେଷ୍ଟାଙ୍କୁ ବିଭିନ୍ନ ପଞ୍ଚାୟତ ଓ ଗ୍ରାମରୁ ପାନୀୟ ଜଳ ସମସ୍ୟାର ଦିଆଯାଇଥିବା ପ୍ରସ୍ତାବ ଓ ଅଭିଯୋଗଗୁଡିକର ସମାଧାନ ପାଇଁ ଆଲୋଚନା କରାଯାଇଥିଲା। ବୈଠକରେ ଆରଡବ୍ଲ୍ୟୁଏସ୍ ଇଗଜିକ୍ୟୁଟିଭ ଇଞ୍ଜିନିୟର, ଏସଡିଓ, ସମସ୍ତ ବ୍ଲକର ଜେଇ ଓ ବିଭାଗୀୟ କର୍ତ୍ତୃପକ୍ଷ ଓ ବିଭିନ୍ନ ପଞ୍ଚାୟତର ନେତୃମଣ୍ଡଳୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ପରେ ଉଭୟ ବଅଁରପାଳ ଓ ଅନୁଗୁଳ ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନରେ ଯାଇ ବସୁଧା ଯୋଜନାର ପ୍ରକଳ୍ପଗୁଡିକର ସ୍ଥିତି ଓ କାର୍ଯ୍ୟକାରିତା ସମୀକ୍ଷା କରିଥିଲେ।

ଏ ଅବସରରେ ସୁଶୁଡା ସରପଞ୍ଚ ତପନ ମହାପାତ୍ର, ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ, ସମିତିସଭ୍ୟ ସରୋଜ ପଣ୍ଡା, ତଳଗଡ ସରପଞ୍ଚ ଅରବିନ୍ଦ ପ୍ରଧାନ, ବେଡା ଶାସନ ସରପଞ୍ଚ ନିରୂପମା ସାହୁ, କାଙ୍ଗୁଲା ବେନ୍ତପୁର ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଭୋଇ, ସରପଞ୍ଚ ଅର୍ଚ୍ଚନା ସେଠୀଙ୍କ ପ୍ରତିନିଧି, ବଉଳିଗଡ ସରପଞ୍ଚ ଗଡନାୟକ, ମହୀଧରପୁର ସରପଞ୍ଚ ଇକୀ ସାହୁ, ନୂଆହତା ସମିତିସଭ୍ୟ ମହେନ୍ଦ୍ର ଦଳବେହେରା ଓ ଛେଳିଆପଡା ସମିତିସଭ୍ୟ ମନୋଜ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!