ଅନୁଗୁଳ: ଆଜିଠାରୁ ଅନୁଗୁଲ ପୌର ପାଳିକା ପକ୍ଷରୁ ପରୀକ୍ଷା ମୂଳକ ଭାବେ ଲାଇନ ଅଟୋର ଶୁଭାରମ୍ଭ କରାଯାଇଛି। ମହିଳା ଏବଂ କିନ୍ନର ମାନଙ୍କ ଦ୍ୱାରା ପ୍ରାରମ୍ଭିକ ଭାବେ ପାଞ୍ଚ ଗୋଟି ଲାଇନ ଅଟୋ ଆଜି ଚାଲିଥିଲା। ଏହି ଅଟୋ ଗୁଡିକ ପୁରୁଣା ବସ ଷ୍ଟାଣ୍ଡରୁ ନୂଆ ଵସ ଷ୍ଟାଣ୍ଡ ଏବଂ ନୂଆ ବସ ଷ୍ଟାଣ୍ଡରୁ ଅନୁଗୁଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାଲିଥିଲା। ପୁରଣା ଷ୍ଟାଣ୍ଡରୁ ନୂଆ ଷ୍ଟାଣ୍ଡ ୧୦ ଟଙ୍କା ଏବଂ ନୂଆ ଷ୍ଟାଣ୍ଡରୁ ଷ୍ଟେସନ ୨୦ ଟଙ୍କା ରଖା ଯାଇଛି। ଆଜି ଲାଇନ ଅଟୋ ଚାଲିବା ଦ୍ୱାରା ଯାତ୍ରୀଙ୍କୁ ଶୋଷଣ କରୁଥିବା ଅଟୋ ଚାଳକ ଛାନିଆ ହୋଇପଡିଛନ୍ତି ।
ପୌରପାଳିକା ପକ୍ଷରୁ ଲାଇନ ଅଟୋର ଶୁଭାରମ୍ଭ
- Post published:May 24, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul