ପ୍ରାକୃତିକ ସମ୍ପଦରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଶିକ୍ଷକଙ୍କୁ ପ୍ରଶିକ୍ଷଣ

You are currently viewing ପ୍ରାକୃତିକ ସମ୍ପଦରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଶିକ୍ଷକଙ୍କୁ ପ୍ରଶିକ୍ଷଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରାକୃତିକ ହସ୍ତଶିଳ୍ପ ଓ ପରିବେଶ ବନ୍ଧୁ ପଦକ୍ଷେପ’ ଉପରେ ଏକଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଥିରେ ଯୋଗଦେଇଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ପରିବେଶ ସୁରକ୍ଷା ଓ ସଚେତନତା ସୃଷ୍ଟିରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ଲାଷ୍ଟିକ ଭଳି ସାମଗ୍ରୀ ପରିବର୍ତ୍ତେ ପ୍ରାକୃତିକ ଉପାଦାନରୁ କମ୍ ଖର୍ଚ୍ଚରେ ଉନ୍ନତ ମାନର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାର ପଦ୍ଧତି ବିଷୟରେ ମଧ୍ୟ ବୁଝାଇଥିଲେ।

ଅନୁଗୋଳ ବିଇଓ ଅଶୋକ କୁମାର ପ୍ରଧାନ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ, ପ୍ରଧାନଶିକ୍ଷକ କୀର୍ତ୍ତନ ସାହୁ ଉପସ୍ଥିତ ଥିଲେ। ପ୍ରଶିକ୍ଷକ ସୁନୀଲ କୁମାର ସ୍ୱାଇଁ ଓ ପୂର୍ଣ୍ଣଚନ୍ଦ୍ର ପାଳ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମଟି ଶିକ୍ଷକମାନଙ୍କ ପାଇଁ ଶିକ୍ଷଣୀୟ ଓ ଫଳପ୍ରଦ ହୋଇଥିଲା।

Share

Leave a Reply