ସ୍କୁଲ ପାଖରୁ କୁକୁଡ଼ା ଫାର୍ମ ସ୍ଥାନାନ୍ତର ଦାବି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସିନ୍ଦୂରଖୋଳ ଗାଁ ଲୋକ

You are currently viewing ସ୍କୁଲ ପାଖରୁ କୁକୁଡ଼ା ଫାର୍ମ ସ୍ଥାନାନ୍ତର ଦାବି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସିନ୍ଦୂରଖୋଳ ଗାଁ ଲୋକ

ଅନୁଗୁଳ: କୁକୁଡ଼ା ଫାର୍ମ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାନହୁଲା ପଂଚାୟତ ସିନ୍ଦୂରଖୋଳ ଗ୍ରାମର ବିଦ୍ୟାଳୟ ନିକଟରେ ଏକ ସରକାରୀ ଜମିରେ ବେଆଇନ ଭାବରେ ଏକ କୁକୁଡ଼ା ଫାର୍ମ ଦୀର୍ଘ ଦିନ ହେବ ରହିଛି। ଫାର୍ମର ଦୁର୍ଗନ୍ଧ ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲରେ ବସି ପାରୁନାହାନ୍ତି। ଏଥିସହ ଅଞ୍ଚଳବାସୀ ମଧ୍ୟ ଆକ୍ତାମାକ୍ତା ହୋଇପଡୁଛନ୍ତି। ଏହାକୁ ସ୍ଥାନାନ୍ତର ପାଇଁ କହିଲେ ବି କେହି ଶୁଣୁ ନାହାନ୍ତି।

ଏଣୁ କୁକୁଡ଼ା ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗ୍ରାମବାସୀ ମାନେ ଶନିବାର ଅନୁଗୁଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ପଦକ୍ଷେପ ନେବାକୁ ଗ୍ରାମର ଅଜିତ କୁମାର ସାହୁ, ଜୟ କୁମାର ସାହୁ, ଅଭିମନ୍ୟୁ ସାହ, ପବି ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ତ୍ରିନାଥ ନାୟକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Share

Leave a Reply