ବାଜା,ବାଣରେ କମ୍ପିଲା ଅନୁଗୋଳ କଲେଜ କ୍ୟାମ୍ପସ, ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ

You are currently viewing ବାଜା,ବାଣରେ କମ୍ପିଲା ଅନୁଗୋଳ କଲେଜ କ୍ୟାମ୍ପସ, ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ

ଅନୁଗୋଳ: ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଅନୁଗୋଳ ସରକାରୀ ସ୍ୱୟଂଶାସିତ କଲେଜରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଶୁକ୍ରବାର ବାଜା, ବାଣ ଓ ଶୋଭାଯାତ୍ରାରେ ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ।

ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ କଲେଜରେ ପହଞ୍ଚିଥିଲେ। ଛାତ୍ର କଂଗ୍ରେସ ମଧ୍ୟ ଶୋଭାଯାତ୍ରା କରିଥିବା ବେଳେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ନିରାଡ଼ମ୍ବର ଭାବେ ନାମାଙ୍କନ ଭରିଥିଲେ।
ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। ଅନ୍ୟ ପଦବି ପାଇଁ ମଧ୍ୟ ନାମାଙ୍କନ ଦାଖଲ ହୋଇଛି। ଯାଞ୍ଚ ପରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଶନିବାର ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଆସନ୍ତା ୧୫ ତାରିଖରେ ଭୋଟଗ୍ରହଣ ହେବ। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ କଲେଜ ପରିସରରେ ପୁଲିସ ମୁତୟନ ସହ ଅଧ୍ୟାପକମାନେ ନଜର ରଖିଛନ୍ତି।

Share

Leave a Reply