ଅନୁଗୁଳ : ଭାରତୀୟ ଜନତା ପାର୍ଟିର ସର୍ବ ଭାରତୀୟ ସଭାପତି ଭାବେ ଜେପି ନଡ୍ଡା ପୁନର୍ବାର ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା ହେବା ପରେ ଅନୁଗୁଳ ଜିଲ୍ଲା ବିଜେପି ଖୁସି ବ୍ୟକ୍ତ କରିଛି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗିରଥି ପ୍ରଧାନ ଓ ପ୍ରତିମା ମିଶ୍ର, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦିପ ଗଡ଼ନାୟକ ଓ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଦଳର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିବା ସୂଚନା ମିଳିଛି।
ପୁଣିଥରେ ସଭାପତି ଭାବେ ଜେପି ନଡ୍ଡା ନିର୍ବାଚିତ ହେବା ପରେ ଅନୁଗୁଳ ଜିଲ୍ଲା ବିଜେପିରେ ଉତ୍ସବର ମାହୋଲ
- Post published:January 18, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
