ଅଣ୍ଡା ଗୋଟାକୁ ୯ ଟଙ୍କା : ଆଳୁ ପରେ ଅଣ୍ଡା ଦର ଉପରମୁହାଁ, ଖାଉଟି ହନ୍ତସନ୍ତ

You are currently viewing ଅଣ୍ଡା ଗୋଟାକୁ ୯ ଟଙ୍କା : ଆଳୁ ପରେ ଅଣ୍ଡା ଦର ଉପରମୁହାଁ, ଖାଉଟି ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ଦର ଦାମ୍। ଫଳରେ ଜିନିଷ କିଣିବା ବେଳେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ପୂର୍ବରୁ ଆଳୁ ଦର ଉପର ମୁହାଁ ହୋଇଥିବା ବେଳେ ଏବେ ଅଣ୍ଡା ଦର ଚିନ୍ତାର କାରଣ ପାଲଟିଛି। ଏବେ ରାଜ୍ୟରେ ଅଣ୍ଡା ଗୋଟାକୁ ୯ ଟଙ୍କା ହୋଇଛି।

ଓଡ଼ିଶାରେ ଦୈନିକ ପ୍ରାୟ ୧ କୋଟି ୨୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଗ୍ରାହକ କିନ୍ତୁ କିଣିବା ବେଳେ ହଇରାଣ ହେଉଛନ୍ତି। ପାଇକାରୀ ବଜାରରେ ୬ ଟଙ୍କା ୪୨ ପଇସାରେ ଅଣ୍ଡା ବିକ୍ରି ହେଉଥିବା ବେଳେ ଖୁଚୁରା ଦର ରହିଛି ୯ ଟଙ୍କା।

ସୂଚନା ମୁତାବକ, ପୂର୍ବରୁ ଆନ୍ଧ୍ର ପ୍ରଦେଶରୁ ଅଣ୍ଡା ଆସୁଥିଲା। ହେଲେ ଏବେ ଖୋର୍ଦ୍ଧା, ବ୍ରହ୍ମପୁରରେ ଥିବା ଫାର୍ମରୁ ଉତ୍ପାଦିତ ଅଣ୍ଡା ଭୁବନେଶ୍ବରକୁ ଆସୁଛି। ବୁଧବାର, ଶୁକ୍ରବାର ଓ ରବିବାର ୬ ଲକ୍ଷ ୩୦ ହଜାର ଓ ଅବାରରେ ୩ ଲକ୍ଷ ୧୫ ହଜାର ଅଣ୍ଡା ଆସୁଛି। ନିୟମ ଅନୁସାରେ ଏନଏସିସିର ଦର ଅନୁସାରେ ଅଣ୍ଡା ବିକା ଦର ରହିବା କଥା । ତେବେ ଏହାକୁ ଅମାନ୍ୟ କରୁଛନ୍ତି ବ୍ୟବସାୟୀ ଓ ଏଭଳି ଖାଉଟିଙ୍କୁ ଠକୁଛନ୍ତି ବୋଲି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share

Leave a Reply