ଜମି ନେଇ ଚାକିରି ଦେଉନି ନାଲକୋ, ନିଯୁକ୍ତି ଦାବିରେ ରେଳରୋକ୍ କଲେ କ୍ଷତିଗ୍ରସ୍ତ ପରିବାର

You are currently viewing ଜମି ନେଇ ଚାକିରି ଦେଉନି ନାଲକୋ, ନିଯୁକ୍ତି ଦାବିରେ ରେଳରୋକ୍ କଲେ କ୍ଷତିଗ୍ରସ୍ତ ପରିବାର

ନାଲକୋ: ନାଲକୋକୁ ଜମି ଦେଇ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା କି ଚାକିରି ପାଇନଥିବାରୁ ବାଧ୍ୟ ହୋଇ ନାଲକୋ ରେଳପଥରେ ଧାରଣା ଦେଇଛନ୍ତି କ୍ଷତିଗ୍ରସ୍ତ ଅଞ୍ଚଳବାସୀ। ଆଜି ସ୍ଥାନୀୟ ପିଙ୍ଗୁଆ ଗାଁର ଦୁଇଟି ପରିବାର ନିକଟସ୍ଥ ନାଲକୋର ରେଳପଥ ଅବରୋଧ କରି ଶାନ୍ତି ପୂର୍ଣ୍ଣ ଧାରଣା ଦେଇଛନ୍ତି। ଫଳରେ ନାଲକୋର ଟ୍ରେନ ଦୀର୍ଘ ସମୟ ଧରି ଅଟକି ରହିଛି।

ପରିବାର ଲୋକଙ୍କ ଦାବି ରହିଛି ଯେ, ନାଲକୋକୁ ୪୦ ବର୍ଷରୁ ଅଧିକ ଦିନ ହେବ ସେ ଜମି ଦେଇଥିଲେ ମଧ୍ୟ ଅଧିକାରୀମାନେ ଜାଣି ଶୁଣି ତାଙ୍କୁ ଚାକିରି କିମ୍ବା ଠିକା ନିଯୁକ୍ତି ଦେଉ ନାହାନ୍ତି। ଏନେଇ ପୂର୍ବରୁ ଧାରଣା ଦେଇଥିବା ପରିବାରର ଅନ୍ୟ ସଦସ୍ୟଙ୍କୁ ନାଲକୋ ପକ୍ଷରୁ ପୋଲିସ ଲଗାଇ ଗିରଫ ମଧ୍ୟ କରାଯାଇଛି। ଆଜି ମଧ୍ୟ ବଅଁରପାଳ ପୋଲିସ ଅନୁରୂପ ଭାବରେ ଧାରଣା ସ୍ଥଳକୁ ଆସି ସେମାନଙ୍କୁ ଉଠେଇବାକୁ ଚେଷ୍ଟା କରିଛି। କିନ୍ତୁ ନାଲକୋର କୌଣସି ଅଧିକାରୀ ଧାରଣାସ୍ଥଳକୁ ଆସିନାହାନ୍ତି। ଏଣୁ ଏନେଇ ଶୀଘ୍ର ସମାଧାନର ବାଟ କାଢ଼ିବାକୁ ଲୋକେ ଦାବି କରିଛନ୍ତି।

Share

Leave a Reply