ତାଳଚେରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ, ୨୧ ଯାଏଁ ଚାଲିବ

You are currently viewing ତାଳଚେରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ, ୨୧ ଯାଏଁ ଚାଲିବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପଡ଼ିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ରାଜ୍ୟ ସରକାର କୃଷକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କଣିହାଁ ପଂଚାୟତ ସମିତିର ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ପାଳଲହଡ଼ା ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ସାମଲ, ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, ଅନୁଗୁଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଦେବାଶିଷ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ (କୃଷି) ପ୍ରମୋଦ କୁମାର ଦାସ, ତାଳଚେର ବ୍ଲକ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସାହୁ, କଣିହାଁ ବ୍ଲକ କୃଷି ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା, ସହକାରୀ କୃଷି ଅଧିକାରୀ ଅବିନାଶ ନାହାକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର କୃଷକଙ୍କ ପାଇଁ ବିଭିନ୍ନ ସୁବିଧା ବିଷୟରେ ଆଲୋକପାତ କରିଥିଲେ। କୃଷି ଜିଲ୍ଲା ଅଧିକାରୀ ତାଳଚେର ଦିଲ୍ଲୀପ କୁମାର ମିଶ୍ର ମଂଚ ପରିଚାଳନା ଓ ଧନ୍ୟବାଦ ପ୍ରଦାନ କରିଥିଲେ।

ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆସନ୍ତା ୨୧ ତାରିଖ ଦିନ ଉଦଯାପିତ ହେବ। ମେଳାରେ ୫୦୦ ରୁ ଅଧିକ କୃଷକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣିହାଁ କୃଷି ଅଧିଦର୍ଶକ ସୁନୀଲ କୁମାର ଶତପଥୀ, କୃଷି କର୍ମଚାରୀ ମାନଗୋବିନ୍ଦ ସାହୁ, ଅଶୋକ କୁମାର ମହାନ୍ତି, ପ୍ରଜ୍ଞାପରମିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply