ଗାନ୍ଧିଜୀଙ୍କ ଦେଶପ୍ରେମ ଓ ଶାନ୍ତିର ବାର୍ତ୍ତା ନେଇ ତାଳଚେରର ବିଭିନ୍ନ ସ୍ଥାନ ପରିକ୍ରମା କଲା ଅହିଂସା ରଥ

You are currently viewing ଗାନ୍ଧିଜୀଙ୍କ ଦେଶପ୍ରେମ ଓ ଶାନ୍ତିର ବାର୍ତ୍ତା ନେଇ ତାଳଚେରର ବିଭିନ୍ନ ସ୍ଥାନ ପରିକ୍ରମା କଲା ଅହିଂସା ରଥ

ତାଳଚେର : ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧିଜୀଙ୍କ ଅହିଂସା ଓ ଶାନ୍ତି ତଥା ଦେଶପ୍ରେମର ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ଅହିଂସା ରଥ ଆଜି ତାଳଚେର ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି। ଏହି ରଥକୁ ଗୋଡ଼ିବନ୍ଧ, ବ୍ରଜନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ସମେତ ଆଖପାଖ ଅଞ୍ଚଳରେ ସ୍ୱାଗତ କରାଯାଇଥିଲା। ଏ ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟୀ ଚେତନା ଦାସ, ୧୯ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ବଭ୍ରୁ ପ୍ରସାଦ ପତି, ୨୧ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହା ପରେ ଅହିଂସା ରଥ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିକ୍ରମା କରିଥିଲା। ସେଠାରେ ତାଳଚେର ବିଧାୟକଙ୍କ ସମେତ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ରଥକୁ ସ୍ୱାଗତ କରି ଦେଶାତ୍ମବୋଧ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Share

Leave a Reply