ବନ୍ତଳାରେ ଲାଗିବ ଏ.ଆଇ ପରିଚାଳିତ ଥର୍ମାଲ କ୍ୟାମେରା

You are currently viewing ବନ୍ତଳାରେ ଲାଗିବ ଏ.ଆଇ ପରିଚାଳିତ ଥର୍ମାଲ କ୍ୟାମେରା

ଅନୁଗୁଳ: ଚଳିତ ବିଧାନ ସଭାରେ ବିଧାୟକ ଅରୁଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ଦେଇଥିଲେ କି ଚଳିତ ବର୍ଷ ହାତୀ ମଣିଷ ବିବାଦ ବଢୁଥିବାରୁ ଏହାକୁ ହ୍ରାସ କରିବା ପାଇଁ ଅର୍ଟିଫିଶିଆଲ ଇଣ୍ଟେଲିଜେନ୍ସ ର ସହାୟତା ନିଆଯାଉଛି।ବିଶେଷ କରି ହାତୀ,ବାଘ, କଲରାପତାରିଆ ବାଘର ଚଳପ୍ରଚଳ ଉପରେ ଆଖି ରଖିବାପାଇଁ ୱାଚ ଟାୱାର ମାନଙ୍କରେ ଏ.ଆଇ ସଂଯୁକ୍ତ ଥର୍ମାଲ କ୍ୟାମେରା ଲଗାଯିବ ଯାହା ଫଳରେ ବନ୍ୟ ପ୍ରାଣୀଙ୍କ ଆଗମନ ନେଇ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଯଥେଷ୍ଟ ଆଗରୁ ସୂଚନା ମିଳିପାରିବ। ଫଳରେ ଲୋକଙ୍କୁ ଆଗୁଆ ସତର୍କ କରିହେବ।ପ୍ରଥମ ପର୍ଯ୍ୟାୟରେ ଚନ୍ଦକାର ଭରତପୁର,ଢେ଼ଙ୍କାନାଳର ହିନ୍ଦୋଳ ଏବଂ ଅନୁଗୁଳର ବନ୍ତଳା ଅଞ୍ଚଳରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଲାଗୁ ହେବ।

ମନ୍ତ୍ରୀ ଏକଥା ମଧ୍ୟ ପ୍ରକାଶ କରିଥିଲେ କି ଚଳିତ ବର୍ଷ ରାଜ୍ୟରେ ୧୦୮୭ ଜଣ ବନ୍ୟ ପ୍ରାଣୀ ଆକ୍ରମଣରେ ଆହତ ହୋଇଥିବା ବେଳେ ୨୩୧୫.୭୯ ଏକର ଫସଲ ନଷ୍ଟ ହୋଇଛି।

Share

Leave a Reply