ନିଯୁକ୍ତି ଓ ଥଇଥାନରେ ଟାଳଟୁଳ ନୀତି ବନ୍ଦ କରିବା ଦାବି: ସ୍ଥାୟୀ ନିଯୁକ୍ତି ଦାବିରେ ଏ.ଆଇ.ଡି.ୱାଇ.ଓ.ର ବିକ୍ଷୋଭ

You are currently viewing ନିଯୁକ୍ତି ଓ ଥଇଥାନରେ ଟାଳଟୁଳ ନୀତି ବନ୍ଦ କରିବା ଦାବି: ସ୍ଥାୟୀ ନିଯୁକ୍ତି ଦାବିରେ ଏ.ଆଇ.ଡି.ୱାଇ.ଓ.ର ବିକ୍ଷୋଭ

ଅନୁଗୁଳ: ଜିଲ୍ଲାର ସରକାରୀ, ବେସରକାରୀ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ, ବିସ୍ଥାପିତ ପରିବାରର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଥଇଥାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ବନ୍ଦ କରିବା ଦାବିରେ ଏ.ଆଇ.ଡି.ୱାଇ.ଓ. ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ଜିଲ୍ଲା ସମ୍ପାଦକ କୈଳାସ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସଂଗଠନର ସର୍ବଭାରତୀୟ କମିଟି ସମ୍ପାଦକ ସଦସ୍ୟ ମଳୟ ପାଲ ଯୋଗଦେଇ ବେକାର ଶିକ୍ଷିତ ଯୁବକ-ଯୁବତୀଙ୍କ ଦୟନୀୟ ଅବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ବିକ୍ଷୋଭରେ ରାଜ୍ୟ ସଭାପତି ମାନସ ପାଳ, ସମ୍ପାଦକ କେଦାରନାଥ ସାହୁଙ୍କ ସମେତ ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ଜ୍ୟୋତି ସାମଲ, ମଳୟ ବେହେରା ଓ ଭରତ ନାଏକ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଅନୁଗୁଳ ଜିଲ୍ଲାରେ ଗଢ଼ି ଉଠୁଥିବା ଖଣି, କାରଖାନା ଗୁଡିକରେ ବ୍ୟାପକ ସ୍ଥାୟୀ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ଦାବି କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ସଂଗଠକ କିଶୋର ବିଶ୍ବାଳ, ଦୁଃଖ ବନ୍ଧୁ ବେହେରା, ପବିତ୍ର ମହାକୁଡ଼, ଆଶିଷ ସାହୁ, ସୋରେନ ସାହୁ, ବିଜୟ କୁମାର ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply