ଏଡିଭି ପକ୍ଷରୁ ବାୟୁ ସେନା ଦିବସ ପାଳିତ

You are currently viewing ଏଡିଭି ପକ୍ଷରୁ ବାୟୁ ସେନା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଡିଫେନ୍ସ ଭେଟେରାନସ୍ ପକ୍ଷରୁ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାୟୁ ସେନା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ସୈନିକ ସଂଘର ସଭାପତି ଅନିଲ କୁମାର ମହାନ୍ତି ଏହି ସମାରୋହକୁ ଉଦ୍ଘାଟନ କରିବା ସହ ଦେଶର ସୁରକ୍ଷାରେ ବାୟୁ ସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଅପରେସନ ବିଜୟ, ଅପରେସନ ସିନ୍ଦୂରରେ ବାୟୁ ସେନାର ଯବାନ ଅସୀମ ବୀରତ୍ଵ ଓ ପରାକ୍ରମ ପ୍ରଦର୍ଶନ କରି ଶତ୍ରୁ ପକ୍ଷକୁ ଧ୍ବସ୍ତ କରିଦେଇଥିଲେ। ଏବେ ଅଧିକରୁ ଅଧିକ ଯୁବକ ବାୟୁ ସେନାରେ ଯୋଗ ଦେଉଛନ୍ତି ଯାହାକି ଏକ ଶୁଭଙ୍କର ଲକ୍ଷଣ।

ବରିଷ୍ଠ ବାୟୁ ସେନା ଅଧିକାରୀ ବସନ୍ତ କୁମାର ବେହେରା ସମାରୋହରେ ଯୁଦ୍ଧ ସମୟରେ  ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏଡିଭିର ଅନ୍ୟ ସଦସ୍ୟ ମାନେ କେକ କାଟି ଉତ୍ସବ ମନାଇଥିଲେ। ସମାରୋହରେ ବହୁ ପୂର୍ବତନ ସୈନିକ ଯୋଗ ଦେଇଥିଲେ।

Share

Leave a Reply