ଅନୁଗୁଳ-ତାଳଚେରରେ ବାୟୁ ପ୍ରଦୂଷଣ ବଢୁଛି

You are currently viewing ଅନୁଗୁଳ-ତାଳଚେରରେ ବାୟୁ ପ୍ରଦୂଷଣ ବଢୁଛି

ଅନୁଗୁଳ: ଏନଭୈରନମେଣ୍ଟ ପ୍ରୋଟେକ୍ସନ ଏଜେନ୍ସିର ଆକଳନ ଅନୁସାରେ ଓଡିଶାର ସାତଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ଉଦବେଗଜନକ କଟକ,ଭବନେଶ୍ୱର,ରାଉରକେଲା ସମେତ ଅନୁଗୁଳ ଓ ତକଚେର ସହରର
ବାୟୁ ପ୍ରଦୂଷଣ ମାତ୍ରା ଏଭଳି ରହିଛି ଖୁବ ଶୀଘ୍ର ଏହାକୁ ନିୟନ୍ତ୍ରଣ ନକଲେ ଦିଲ୍ଲୀ ଭଳି ଅବସ୍ଥା ଉପୁଜିବା ଅସମ୍ଭବ ନୁହେଁ।

ଏହି ରିପୋର୍ଟରେ କୁହାଯାଇଛି କି ଖରାପ ରାସ୍ତା,ଅଧିକ ଗାଡି ମଟର ଚଳାଚଳ, ଶିଳ୍ପ ଜନିତ ପ୍ରଦୁଷଣ ଓ ଅବିଚାରିତ ଖଣି ଖନନ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ୨୦୨୦ ମସିହାରେ ବାୟୁରେ ଥିବା ଧୁଳିକଣା ପିଏମ ୧୦ ଅନୁଗୁଳରେ ୮୬ ଓ ତାଳଚେରରେ ୯୨ ଥିଲାବେଳେ ୨୦୨୧ରେ ଅନୁଗୁଳର ୯୫ ଓ ତାଳଚେରର ମାତ୍ରା ୧୦୫ରେ ପହଞ୍ଚି ଥିଲା। ଏଭଳିବାୟୁ ସେବନ ଦ୍ୱାରା ଛାତି, ଫୁସଫୁସ, ଆଖିର କ୍ଷତି କରିଥାଏ।

ରାଜ୍ୟ ସରକାର ଏହି ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏନଜିଟିର ନିୟମାବଳୀକୁ ଅନୁପାଳନ କରାଇବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ନିର୍ଦେଶ ଦିଆଯାଇଛି। ଯେଉଁ ଖଣି କିମ୍ବା ଶିଳ୍ପ ଏହାକୁ ନମାନିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share

Leave a Reply