ବଜାରରେ ମିଳୁଥିବା ‘ରେଡି ଟୁ ଇଟ୍ ଫୁଡ୍’ ଖାଉଛନ୍ତି କି! ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟ

0

ଅନୁଗୁଳ: ଏବେର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ତ ଚାହୁଁଛନ୍ତି। କିନ୍ତୁ ପ୍ରସ୍ତୁତ କରିବାକୁ ସେମାନଙ୍କ ପାଖରେ ସମୟ ନାହିଁ। ଏଣୁ ଅଧିକାଂଶ ଲୋକ ବଜାରରେ ମିଳୁଥିବା ‘ରେଡି ଟୁ ଇଟ ଫୁଡ’ କିମ୍ବା ପ୍ୟାକେଜ୍ ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି। ଏସବୁ ଖାଦ୍ୟ ପାଟିକୁ ଟେଷ୍ଟି ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଯଦି ଆପଣ ବି ସ୍ୱାସ୍ଥ୍ୟ ପ୍ରତି ସଚେତନ ଅଛନ୍ତି ତେବେ ଏହି ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍।

ଆଜିକାଲି ବଜାରରେ ମିଳୁଥିବା ପ୍ୟାକେଜଡ ଫୁଡ ଉପରେ ହେଲଦି ଲେଖାଥାଏ। କିନ୍ତୁ ସତରେ ଯଦି ଏହା ହେଲଦି ହୋଇଥାନ୍ତା ତେବେ ଓଜନକୁ ହ୍ରାସ କରାଇଥାନ୍ତା। କିନ୍ତୁ ଏସବୁ ଖାଦ୍ୟ ଶରୀରରେ ମେଦ ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ‘ରେଡି ଟୁ ଇଟ ଫୁଡ’ ଖାଦ୍ୟ ଖାଇବା ଦ୍ୱାରା ଶରୀରର କି କି କ୍ଷତି ହୋଇଥାଏ…

ବଜାରରେ ମିଳୁଥିବା ପ୍ୟାକେଜ୍ ଖାଦ୍ୟ ସର୍ବଦା ପ୍ରିଜରଭେଟିଭ ମିଶି ଥାଏ। ତାହା ପୁଷ୍ଟିକର ଖାଦ୍ୟ ନୁହେଁ। ବରଂ ସେଥିରେ କାର୍ବସ୍, ଚିନି ଏବଂ ଲୁଣ ଭରପୂର ମାତ୍ରାରେ ରହିଥାଏ।

ଏହି ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ରାସାୟନିକ ତତ୍ତ୍ୱ ମିଶାଯାଇଥାଏ। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ।
ଏଥିସହ ରେଡି ଟୁ ଇଟ୍ ଫୁଡ୍ ଶରୀରରେ ଖରାପ କୋଲୋଷ୍ଟ୍ରୋଲ ବଢାଇଥାଏ। ତେଣୁ ଏପରି ପ୍ୟାକେଟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

Leave A Reply

Your email address will not be published.

error: Content is protected !!