ସାଧାରଣ ପିଲାଙ୍କୁ ଏରୋସ୍ପେସ୍ ତାଲିମ ଦେବେ ଓଡ଼ିଆ କ୍ୟାପଟେନ, ଓଡ଼ିଶାରେ ହେବ ଏୟାରକ୍ରାଫ୍ଟ କମ୍ଫୋନେଟ ଆସେମ୍ବଲିଂ ୱାର୍କ ସପ୍

You are currently viewing ସାଧାରଣ ପିଲାଙ୍କୁ ଏରୋସ୍ପେସ୍ ତାଲିମ ଦେବେ ଓଡ଼ିଆ କ୍ୟାପଟେନ, ଓଡ଼ିଶାରେ ହେବ ଏୟାରକ୍ରାଫ୍ଟ କମ୍ଫୋନେଟ ଆସେମ୍ବଲିଂ ୱାର୍କ ସପ୍

ଅନୁଗୁଳ: ଅନୁଗୁଳର ପ୍ରଥମ ପାଇଲଟ୍ କ୍ୟାପଟେନ୍ ସନ୍ଦିପ ମିଶ୍ର ସାଧାରଣ ପିଲାଙ୍କ ପାଇଁ ଏରୋସ୍ପେସ ଏବଂ ଏବିଏସନ ତାଲିମକୁ ସହଜରେ ଉପଲବ୍ଧ କରାଇବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଏରୋମାଷ୍ଟର କ୍ଲାସ ଆରମ୍ଭ କରିଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ବିଦ୍ୟାର୍ଥୀ ଏବିଏସନ ଏବଂ ସ୍ପେସ ଇଣ୍ଡଷ୍ଟ୍ରିରେ ଭବିଷ୍ୟତ ଗଢ଼ିବାକୁ ଚାହାନ୍ତି, ସେମାନେ ଏଠାରେ ତାଲିମ ନେଇପାରିବେ। ଇଚ୍ଛୁକ ବିଦ୍ୟାର୍ଥୀଙ୍କୁ ଏଠାରେ ସୁଲଭ ମୂଲ୍ୟରେ ତାଲିମ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଭାରତରେ ସିଭିଲ୍ ପାସେଞ୍ଜର ଏୟାରକ୍ରାଫ୍ ନିର୍ମାଣ ହେଇ ନଥିବାରୁ କ୍ୟାପଟେନ୍ ସନ୍ଦିପ ମିଶ୍ର ଏହି ପଦକ୍ଷେପ ନେଇଛନ୍ତି ଏବଂ ତାଙ୍କର ଏୟାରକ୍ରାଫ୍ଟ ମ୍ୟାନୁଫ୍ୟାକ୍ଚର କମ୍ପାନୀ ନିର୍ମାଣ କରିଛନ୍ତି। ଏଥିରେ ଅନେକ ପିଲାଙ୍କୁ ସୁଯୋଗ ମିଳିବାର ଆଶା ରହିଛି ।
ବର୍ତ୍ତମାନ କ୍ୟାପଟେନ୍ ସନ୍ଦିପଙ୍କର କମ୍ପାନୀ ଏରୋମାଷ୍ଟର , ସେପ୍ସଲିଙ୍କ, ସେଞ୍ଚୁରିୟାନ ୟୁନିଭରସିଟି ସହିତ ମିଳିତ ସହଯୋଗରେ ଏୟାରକ୍ରାଫ୍ ଆସେମଲିଙ୍ଗ ୱାର୍କସପ୍ ହେବାକୁ ଯାଉଛି। ପ୍ରଥମଥର ବିଦ୍ୟାର୍ଥୀ ମାନଙ୍କ ପାଇଁ ଓଡିଶା ଏୟାରକ୍ରାଫ୍ଟ କମ୍ପୋନେଟ ୱାର୍କସପ୍ କରାଯାଉଛି । ଏହା ପରେ ପିଲାମାନେ ଅନୁଗୁଳ ଓ ଭୁବନେଶ୍ୱରର କିଛି ସ୍ଥାନରେ ଟ୍ରେନିଂ ନେବେ। ସେଠାରେ ଆଗାମୀ ୩ରୁ ୪ ବର୍ଷରେ ଏୟାରକ୍ରାଫ୍ଟ ନିର୍ମାଣ ହେବ। ଫଳରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କ୍ୟାପଟେନ୍ ସନ୍ଦିପ ମିଶ୍ର ଆଶା ବ୍ୟକ୍ତ କରିଛନ୍ତି।

Share

Leave a Reply